Wednesday, June 18, 2025

ସଂସ୍କାରୀ ଦଳରେ କୁସଂସ୍କାରୀ ଚେହେରା?

ଭୁବନେଶ୍ୱର: ନିଜକୁ ଏକ ସଂସ୍କାରୀ ଦଳ ବୋଲି କହି ଆସୁଥିବା ଦଳ ବିଜେପିରେ ଏବେ ଏକ କୁପସଂସ୍କାରୀ ପଶି ଆସିଛି। ସେ କୁସଂସ୍କାରୀ ମହିଳା ଜଣଙ୍କ ମଝିରେ ମଝିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତଥା କାର୍ଯ୍ୟକ୍ରମ ଗୁଡ଼ିକରେ ନିଜର ଉପସ୍ଥିତି ଜାହିର କରୁଛନ୍ତି। ଯାହାକୁ ନେଇ ଦଳ ଭିତରେ ଏକ ବଡ଼ ଧରଣର ଅସନ୍ତୋଷ ରହିଥିଲେ ମଧ୍ୟ ଭୟରେ ସମସ୍ତେ ନୀରବ ରହିଛନ୍ତି। ମୁହଁ ଖୋଲି କହିବାକୁ କାହାର ସାହସ ନାହିଁ। କାରଣ କୁହାଯାଉଛି ସେ କୁସଂସ୍କାରୀ ମହିଳାଙ୍କ ସହ କୁଆଡ଼େ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭଲ ସଂପର୍କ ରହିଛି। ଏଣେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସେ କୁସଂସ୍କାରୀ ଫଟୋ ଉଠାଉଛି। ଯେଉଁ ଫଟୋକୁ ବିରୋଧୀ ଏବେ ଖୁବ୍ ଭାଇରାଲ୍ କରୁଛନ୍ତି। ତେବେ ଏହା ମଧ୍ୟ କଥା ଉଠୁଛି ଯେ ମୋହନ ସରକାରକୁ ବଦନାମ କରିବାକୁ ତଥା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରାୟୋଜିତ ଭାବରେ ଏହି କୁସଂସ୍କାରୀଙ୍କୁ ଖଞ୍ଜା ଯାଇଛି। ଏହାସହ ଏହା ମଧ୍ୟ କୁହାଯାଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ରାସ୍ତାରୁ କଣ୍ଟା ହଟାଇବା ପାଇଁ ମୋହନ ଏବଂ ମନମୋହନଙ୍କ ବିରୋଧରେ ଏହି କୁସଂସ୍କାରୀକୁ ଖଞ୍ଜିଛନ୍ତି। ପୂର୍ବେ ସାଧାରଣତଃ ଭଦ୍ର ଘରର ମହିଳା ରାଜନୀତିକୁ ଆସୁନଥିଲେ। ଏବେ କିନ୍ତୁ ପୂର୍ବାପେକ୍ଷା ଭଦ୍ର ଘରର ମହିଳା ରାଜନୀତିରେ ପ୍ରବେଶ କରୁଛନ୍ତି। କିନ୍ତୁ ବିଜେପି ଉପରେ ଏବେ ଲଦି ହୋଇ ପଶି ଆସିଥିବା ସେହି କୁସଂସ୍କାରୀ ମହିଳା ସୋନାଲି ମୋନାଲିସାଙ୍କୁ ନେଇ ଦଳ ବଦନାମ୍ ହେଉଛି। କାରଣ ସେହି କୁସଂସ୍କାରୀ ମହିଳାଙ୍କର କହିବା ବେଳେ କଥାରେ ଆଦୌ ବାଡ଼ବତା ରହୁନି। ଶାଳୀନତାର ସମସ୍ତ ସୀମା ଟପି ସେ ଯେଉଁଭଳି ଭାବରେ ଅତ୍ୟନ୍ତ ଅଶାଳୀନ ଭାଷାରେ କଥା କହୁଛନ୍ତି, ଗାଳି କରୁଛନ୍ତି ତାହା କାନରେ ଶୁଣିହେବ ନାହିଁ। ଯାହା ପାଇଁ ବିରୋଧୀଙ୍କୁ ବିଜେପି ବିରୋଧରେ କହିବାର ସୁଯୋଗ ମିଳୁଛି। ବିଜେପି ଦଳ ଭିତରେ ବିଶେଷତଃ ଭଦ୍ର ଘରରୁ ଆସିଥିବା ବିଜେପି ମହିଳା ନେତ୍ରୀ ମାନେ ସେ କୁସଂସ୍କାରୀ ମହିଳାଙ୍କ ଉପରେ ଖୁବ୍ ଅସନ୍ତୋଷ ଅଛନ୍ତି। ଏପରିକି ସେମାନଙ୍କୁ ନିଜ ଘରୁ ମଧ୍ୟ ପ୍ରଶ୍ନ ଆସିଯାଉଛି। ମନରେ ଅସନ୍ତୋଷ ଥିଲେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇବା ପାଇଁ ସେମାନେ ସାହସ ଜୁଟାଇ ପାରୁନାହାଁନ୍ତି। ସେ ଯାହା ହେଉ, ବଦନାମ୍ ହେବା ପୂର୍ବରୁ ଦଳ ଏହା ଉପରେ ତର୍ଜମା କରି ବିହିତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles